ବୁଗୁଡା,୫ା୩(କାଳିଚରଣ ଦାଶ): ବୁଗୁଡ଼ା ଥାନା ବାଲିପଦର ଗ୍ରାମରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଆସିକା ଥାନା ଝଗଡେଇ ଗ୍ରାମର ଉଦିତ କୁମାର ପାଢୀ(୩୦)। ଏନେଇ ଥାନାରେ ଏକ ମାମଲା(ନଂ.୯୨/୨୬) ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା କହିଛନ୍ତି।
ପ୍ରକାଶ ଯେ, ଆସିକା ଥାନା ଅଞ୍ଚଳର ଜଣେ ମହିଳା ବାଲିପଦର ଗ୍ରାମରେ କିଛି ବର୍ଷ ହେଲା ରହିଆସୁଥିଲେ। ମହିଳାଙ୍କ ସ୍ବାମୀ ସହ ଉଦିତଙ୍କ ଘନିଷ୍ଠତା ଥିଲା। ଏହାର ସୁଯୋଗ ନେଇ ଉଦିତ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା। ତେବେ ଉଦିତ ଗତ ଫେବୃୟାରୀ ୨୬ରେ ମହିଳାଙ୍କ ଘରେ ପଶି ତାଙ୍କୁ ଅସଦାଚରଣ କରିବା ସହ ଧମକଚମକ ଦେଇଥିଲା। ଏନେଇ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ଉଦିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।