ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ କନିସି ହାଟ ଗ୍ରାମ ଅଭିଳାଷ ଦଳେଇ(୩୧)। ବରଗଡ଼ ଜିଲା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଅଭିଳାଷଙ୍କ ଗତ ୫ ବର୍ଷ ତଳେ ଫେସବୁକ୍‌ ମାଧ୍ୟମରେ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅଭିଳାଷ ସମ୍ପୃକ୍ତା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବ୍ରହ୍ମପୁର ଓ ବିଭିନ୍ନ ସ୍ଥାନକୁ ଆଣି ତାଙ୍କୁ ବଳାତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଅଭିଳାଷ ବିବାହ କରିବାକୁ ମନା କରି ଦେଇଥିଲେ। ସୋମବାର ଯୁବତୀ ଜଣକ ବରଗଡ଼ରୁ ଅଭିଳାଷଙ୍କ ଘରକୁ ଆସି ବିବାହ କରିବାକୁ କହିଥିଲେ। ଅଭିଳାଷଙ୍କ ପରିବାର ଲୋକେ ଏଥିରେ ରାଜି ନ ହୋଇ ତାଙ୍କୁ ଗାଳିଗୁଲଜ କରି ଅସ୍ଯଯ ଭାଷାରେ ଗାଳି ଗୁଲଜ କରି ଆକ୍ରମଣ କରିଥିଲେ ବୋଲି ସେ ଦେଇଥିବା ଏତଲାରେ ଉଲ୍ଲେଖ କରିଥିଲେ। ପୋଲିସ ନଂ. ୧୨୬/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଅଭିଯୋଗର ସତ୍ୟତା ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ତଦନ୍ତକାରି ଅଧିକାରୀ ସିଲୁ ଧଳ କହିଛନ୍ତି।

Dharitri – Odisha’s No.1 Odia Daily

Share