ଝିଅ ଦେଖିବାକୁ ଆସି ଜେଲ ଗଲେ ଯୁବକ: ଜାଣନ୍ତୁ ପୁରା ଘଟଣା…

ଛତ୍ରପୁର,୨୩ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ପୁଟବଗଡ଼ ଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଛତ୍ରପୁର ଥାନା ଅଧୀନ ଜଗତପଲି ଗାଁର ଚକ୍ରପାଣି ପ୍ରଧାନ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଚକ୍ରପାଣି ଝିଅ ଦେଖିବାକୁ ଉକ୍ତ ଗାଁକୁ ଆସୁଥିଲେ। ଗୁରୁବାର ପୂର୍ବାହ୍ନରେ ଗାଁର ଜଣେ ଯୁବତୀ ଗାଧୋଇବାକୁ ବନ୍ଧକୁ ଯାଉଥିବାବେଳେ ଉକ୍ତ ଯୁବତୀଙ୍କୁ ଚକ୍ରପାଣି ତାଙ୍କୁ ଟଣାଓଟରା କରିଥିଲେ। ଯୁବତୀ ଜଣକ ଚମାଖଣ୍ଡି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ. ୨୧୫/୨୫) ରୁଜୁ କରି ଚକ୍ରପାଣିଙ୍କୁ ଗିରଫ କରିଥିଲା।