ବଲିଉଡ୍‌ର ଏହି ଅଭିନେତ୍ରୀ ଭାଗଲପୁର କଂଗ୍ରେସ ବିଧାୟନଙ୍କ ଝିଅ; ପିଲାଦିନେ ଥିଲା ଏଭଳି ଜଟିଳ ରୋଗ

ବମ୍ବେ: ୟଙ୍ଗିସ୍ତାନ, ମୁବାରକା, ତୁମ ବିନ୍‌-୨ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ନେହା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୭ ମସିହା ନଭେମ୍ବର ୨୧ରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ ନେହା। ରାଜନୈତିକ ପରିବାରର ହୋଇଥିବା ସତ୍ତ୍ୱେ ଅଭିନୟକୁ କ୍ୟାରିୟର ରୂପେ ବାଛିବା ନେହାଙ୍କ ପାଇଁ ସହଜ ନ ଥିଲା।

ପିଲାଦିନେ ରୋଗଗ୍ରସ୍ତ ରହୁଥିବାରୁ ବହୁତ ଦୁର୍ବଳ ଥିଲେ ନେହା। ଆସ୍ଥମାରେ ପୀଡ଼ିତ ଥିବା ଯୋଗୁ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେଣି। ତେବେ ନେହା ୨୦୦୭ରେ ତେଲୁଗୁ ଫିଲ୍ମ ‘ଚିରୁତା’ରୁ ନିଜର ଡେବ୍ୟୁ କରିଥିଲେ। ପରେ ବଲିଉଡ୍‌ ଫିଲ୍ମ ‘କ୍ରୁକ୍‌’ରେ ସେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ କ୍ୟା ସୁପରକୁଲ ହୈ ହମ୍‌, ଜୟନ୍ତିଭାଇ କି ଲଭଷ୍ଟୋରୀ, ୟମଲା ପଗଲା ଦିଓ୍ବାନା ୨, ୟଙ୍ଗିସ୍ତାନ ଏବଂ ତୁମ ବିନ୍‌ ଭଳି ଫିଲ୍ମରେ ସେ କାମ କରି ବାହାବା ସାଉଁଟିଥିଲେ।

ନେହାଙ୍କ ପରିବାରକୁ ଦେଖିଲେ ତାଙ୍କ ବାପା ଭାଗଲପୁର ବିଧାୟକ ଅଛନ୍ତି। ତାଙ୍କ ପାଇଁ ନିର୍ବାଚନରେ ପ୍ରଚାର କରିଥିଲେ ନେହା। ଏହାଛଡ଼ା ଭଉଣୀ ଆୟେଶା ମଧ୍ୟ ଫିଲ୍ମରେ କାମ କରିସାରିଛନ୍ତି। ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ସତ୍ୟମେବ ଜୟତେରେ ସେ ନଜର ଆସିଥିଲେ।