ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିକିଛି। ମୃତ ଯୁବତୀଙ୍କ ନାମ ଖୁସବୁ ସାହୁ (୨୫) ଏବଂ ସେ ଏମ ରାମପୁର ଥାନା ବେଲଗାଁର ବୋଲି ଜଣାପଡିଛି। ଖବରପାଇ ଘଟଣାସ୍ଥଳକୁ ଟାଉନ ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଯୁବତୀଜଣଙ୍କ ପିଜି ଶେଷ କରିବା ପରେ ଏହି ଭଡା ଘରେ ରହି ସ୍ଥାନୀୟ ଏକ ବ୍ୟାଙ୍କରେ କାମ କରୁଥିଲେ ବୋଲି ଜଣାପଡିଛି। ତେବେ ସେ କେଉଁଥି ପାଇଁ ଆତ୍ମହତ୍ୟା କଲେ ନା ଆଉ କିଛି ରହସ୍ୟ ଅଛି ତାହା ତଦନ୍ତ ଶେଷ ପରେ ଜଣାପଡିବ ବୋଲି ପୋଲିସ ଠାରୁ ଜଣାପଡିଛି। ଅନ୍ୟପକ୍ଷରେ,ପରିବାର ଲୋକେ ଯୁବତୀଙ୍କ ଆତ୍ମହତ୍ୟାକୁ ବିଶ୍ୱାସ କରି ପାରୁନଥିବାବେଳେ ସେମାନେ ଏହା ହତ୍ୟା ବୋଲି ସନ୍ଦେହ କରିଛନ୍ତି।