ଗାଧୋଇବାବେଳେ ବନ୍ୟାଜଳରେ ବୁଡ଼ି ଯାଉଥିଲେ, ଯୁବତୀଙ୍କୁ…

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ)- ଗତ ଦୁଇ ଦିନ ତଳେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଘୋଡାହାଡ଼ ଜଳ ଭଣ୍ଡାର ଗେଟ ଖୋଲା ଯାଇ ବର୍ଷା ଜଳ ଛଡା ଯାଇଥିବା ବେଳେ ଋଷିକୁଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇଥିଲା । ଏହି ପରିସ୍ଥିତିରେ ଖରଖରୀ ନାଳ ଓ ଋଷିକୁଲ୍ୟା ନଦୀରେ ମିଳନ ସ୍ଥଳରେ ଜଣେ ଯୁବତୀ ସ୍ନାନ କରୁଥିବା ବେଳେ ହଠାତ ପାଣି ସୁଅରେ ପଡି ଯାଇଥିଲେ। ସେଠାରେ ଥିବା ଲୋକମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ଯୁବତୀ ଜଣକ ହେଲେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଉମୁରୀ ଗ୍ରାମର ମୋହିନି ଗୌଡ଼ (୨୪)।

ଖବର ନେବାରେ ଜଣା ପଡିଛି ଶନିବାର ସକାଳେ ଯୁବତୀ ଜଣଙ୍କ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପ୍ରବଳ ସ୍ରୋତରେ ଭାଷୀ ଯାଇ ନଦୀ ଜଳରେ ବୁଡି ଯାଉଥିଲେ। ଏହି ସମୟରେ ତଳ ମୁଣ୍ଡରେ ଗାଧୋଉଥିବା ଲୋକେ ତାଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ ।

Share