ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ

ଆଳି, ୧୭।୭ (ବନମାଳୀ ସେନାପତି): ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି ଯୁବତୀ। ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ l ଗୋବିନ୍ଦପୁର ଗ୍ରାମର ସୁଦାମ ମିଶ୍ରଙ୍କ ଝିଅ ମଧୁସ୍ମିତା ମିଶ୍ର ଗୁରୁବାର ସକାଳେ ଗାଁ ନିକଟରେ ଥିବା ଗୋବିନ୍ଦପୁର ସେତୁ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡିଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିବା ଜଣାପଡିଛି l ନଦୀରେ ପ୍ରବଳ ବନ୍ୟା ସ୍ରୋତ ଥିବାରୁ ଯୁବତୀ ଜଣକ ଭାସି ଯାଇଛନ୍ତି l ଯୁବତୀ ଡେଇଁ ପଡିବା କାରଣ ସ୍ପଷ୍ଟ ଜଣାପଡିନି l ଗୋବିନ୍ଦପୁର ସେତୁ ଉପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି l