ଭବାନୀପାଟଣା,୨୬।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ତିଳଯୋଡି ଗ୍ରାମର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଜାତୀୟ ସାମାଜିକ ଆଇକନ ସମ୍ମାନ ପାଇବା ନେଇଁ ମନୋନୀତ ହୋଇଛନ୍ତି।ଏହି ପୁରସ୍କାର ସମାରୋହ ଆସନ୍ତା ୨୯ ଅଗଷ୍ଟରେ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବ। ସମାଜସେବା, ପରିବେଶ ସୁରକ୍ଷା, ଶିକ୍ଷାରେ ସମାନ ସୁଯୋଗ ଏବଂ ଅବହେଳିତ ବର୍ଗର ବିକାଶ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସୋସିଆଲଗ୍ରାମ ଫାଉଣ୍ଡେସନ ପକ୍ଷରୁ ଏହାକୁ ଆୟୋଜନ କରାଯାଉଥିବାବେଳେ ଦେଶର ୧୫ ଜଣ ଯୁବ ପ୍ରତିଭାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇଁ ସାରା ଭାରତ ବର୍ଷ ରୁ ୨୩୦ ଜଣ ନାମାଙ୍କନ ଗ୍ରହଣ କରାଯାଇଥିଲା। ଯେଉଁଥିରୁ ଯଶୋବନ୍ତଙ୍କୁ ଓଡିଶା ରାଜ୍ୟରୁ ମନୋନୀତ କରାଯାଇଥିବା ଜଣାପଡ଼ିଛି।