ହୃଦଘାତରେ ଯୁବ ସଂଗଠକଙ୍କ ପରଲୋକ: ଅଞ୍ଚଳରେ ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୧୪।୮ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସମିତି ସଭ୍ୟା ନିରୂପମା ଭୋଇଙ୍କ ସ୍ବାମୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସମିତି ସଭ୍ୟାଙ୍କ ସ୍ବାମୀ ହେମାରବିନ୍ଦ ଭୋଇ (୪୮) ବୁଧବାର ଅସୁସ୍ଥ ହେବାରୁ କର୍ଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍‌କୁ ଚିକିତ୍ସା ପାଇଁ ଆସିଥିଲେ ଓ ଡାକ୍ତର ଖାନାରେ ହିଁ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ତାଙ୍କର ଦୁଇ ଝିଅ ଓ ପତ୍ନୀ ଅଛନ୍ତି। ସେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହିତ ଜଡିତ ହେବା ସହ ରାଜପୁର ପଞ୍ଚାୟତ କନ୍ଧ ସମାଜର ଯୁବ ସଭାପତି ଥିଲେ। କନ୍ଧ ସମାଜର ଯୁବ ସଂଗଠକ ଭାବେ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ କନ୍ଧ ସମାଜର ବିରାଟ କ୍ଷତି ଘଟିଛି ବୋଲି ଆଦିବାସୀ ନେତା ନନ୍ଦି କିଶୋର ଭୋଇ ପ୍ରକାଶ କରିଛନ୍ତି।

Share