ଘୋଡ଼ାକୋଣ ବ୍ରିଜ ଉପରୁ କାର ସହ ଭାସିଯାଇଥିଲେ ଯୁବକ, ମିଳିଲା…

ଗଜପତି,(ଗିରିଧାରୀ ପରିଛା)୪।୧୦: ପବଳ ବର୍ଷାରେ ରା.ଉଦୟଗିରି କାଳିଆ ତୋଟା ନଦୀରେ ଏକ କାର ଭାସିଯାଇଥିଲା। ତେବେ କାର୍‌ ସହ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପ୍ରତାପ ପଣ୍ଡା। ଆର୍‌. ଉଦୟଗିରି କାଳିଆତୋଟା ନଦୀରୁ କାର୍‌ ସହ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦଶହରା ଦିନ ଘରକୁ ଫେରୁଥିବା ବେଳେ ଘୋଡ଼ାକୋଣ ବ୍ରିଜ ଉପରୁ ପ୍ରଖର ସ୍ରୋତରେ କାର୍‌ ସହ ଭାସି ଯାଇଥିଲେ ।