ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ଫେରାର୍ ହୋଇଯାଇଛନ୍ତି। ମହିଳାଙ୍କ ଘରକୁ ପଶି ଦୁଇ ଯୁବକ ସୁନା ଚେନ୍ ସଫେଇ କରିବାକୁ ମହିଳାଙ୍କୁ କହିଥିଲେ। ମହିଳା ଜଣକ ମନା କରିବା ସତ୍ତ୍ୱେ ସୁନା ଚେନ୍ ନେଇ ଫେରାର୍ ହୋଇଯାଇଥିଲେ। ଦୁଇ ଯୁବକ ରାଜ୍ୟ ବାହାରର ବୋଲି ଅନୁମାନ କରାଯାଉଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟ୍ ହୋଇଥିବା ସୁନା ଚେନ୍ ୩୦ ଗ୍ରାମର ଥିଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ପରେ ସହରରେ ବାହାର ରାଜ୍ୟର ଲୁଟେରା ସକ୍ରିୟ ଥିବା ଅନୁମାନ କରାଯାଉଛି। ବଲାଙ୍ଗୀର ଟାଉନ ଥାନା ପୋଲିସକୁ ସିସି କ୍ୟାମେରା ଫୁଟେଜ୍ ହସ୍ତଗତ ହୋଇଛି ।