ମାଙ୍କଡକୁ ଅଶ୍ଲୀଳ ଇଙ୍ଗିତ କଲେ ଯୁବକ: ତା ପରେ ଘଟିଲା ଏମିତି କିଛି…

ସାଧାରଣତଃ ପଶୁପକ୍ଷୀମାନେ କାହାର ଅନିଷ୍ଟ କରିନଥାନ୍ତି। ମାତ୍ର ସେମାନଙ୍କୁ ଯଦି କେହି ବ୍ୟକ୍ତି ହଇରାଣ କରନ୍ତି ସେମାନେ ଛାଡି ନ ଥାନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ଯୁବକ ଏକ ମାଙ୍କଡକୁ ଅଶ୍ଲୀଳ ଇଙ୍ଗିତ କରିବା ପରେ ମାଙ୍କଡଟି ତାଙ୍କ ଉପରକୁ ଲମ୍ଫ ମାରି ତଳେ ପକାଇ ଦେଇଛି।
ଭିଡିଓରେ ଦେଖାଯାଇଛି, ଜଣେ ଯୁବକ ରାସ୍ତା ଚାଲି ଚାଲି ଯାଉଛନ୍ତି। ଏହି ସମୟରେ ରାସ୍ତା କଡ ବାଡରେ ବସିଥିବା ମାଙ୍କଡ ସହ ତାଙ୍କର ମୁହାଁମୁହିଁ ହେଉଛି। ପରେ ଯୁବକ ଜଣକ ମାଙ୍କଡଟିକୁ ଅଶ୍ଲୀଳ ଇଙ୍ଗିତ କରୁଛନ୍ତି। ଏହାପରେ ମାଙ୍କଡଟି ତାଙ୍କ ଉପରକୁ ଲମ୍ଫ ମାରି ତାଙ୍କୁ ତଳେ ପକାଇ ଦେଉଛି। ଶେଷରେ ଯୁବକ ଜଣକ ରାସ୍ତାରୁ ଉଠି ତାଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଛନ୍ତି। ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓଟିକୁ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ରଖିଛନ୍ତି।