ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଯୁବକଙ୍କୁ ହତ୍ୟା

ରସୁଲପୁର,୧୫।୩(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାହାଦଳାପୁର୍‌ ପଞ୍ଚାୟତ ସରିଫାବଦ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା କୁଆଖିଆ ଥାନାରେ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ମହେଶ୍ବର ଦଳାଇଙ୍କ ପୁଅ ଟିଟୁଆ(୨୫)ଙ୍କୁ କେହି ହତ୍ୟା କରିଥିବା ତାଙ୍କ ମା କୁଆଖିଆ ଥାନାରେ ଜଣାଇଛନ୍ତି। ଶନିବାର ଅନୁଷ୍ଠିତ ଅଷ୍ଟପ୍ରହରୀ ଚାନ୍ଦାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଗାଁର କେତେଜଣ ଯୁବକ ଟିଟୁଆ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି।