କଣ୍ଟାବାଞ୍ଜି ୧୨।୨(ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ପଞ୍ଚାୟତ ବାନ୍ଧନପାଲି ଗ୍ରାମର ଜଣେ ଯୁବକ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଯୁବକ ହେଲେ ଭକ୍ତ ମାଝୀ ବୟସ ୧୮ ବର୍ଷ । ଏହି ଘଟଣାଟି କଣ୍ଟାବାଞ୍ଜି ମୁରିବାହାଲ ରେଳ ଷ୍ଟେଶନ ଖମ୍ବ ନମ୍ବର ୧୭୩/୨୪ନିକଟରେ ମୃତଦେହ ପଡ଼ିଥିଲା। ପରିବାର ବର୍ଗ କଣ୍ଟାବାଞ୍ଜି ଜିଆର୍ପି ରେଳବାଇ ପୋଲିସକୁ ଖବର ଦେଲା ପରେ ଜିଆର୍ପି ଅଧିକାରୀ ମହେଶ୍ୱର ପ୍ରଧାନ ପହଞ୍ଚି ତଦନ୍ତ କରିବା ସହ ଏକ ଅପ ମୃତ୍ୟୁ ମାମଲା ନ ୫/୧୨.୨.୨୦୨୬ ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏହି ଘଟଣାର ସୂଚନା ପାଇ କଣ୍ଟାବାଞ୍ଜି ଉପଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରିଛନ୍ତି । ଟ୍ରେନ ଲାଇନରୁ ମୃତଦେହ ମିଳିବା ପରେ ତାକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି l ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଗ୍ରାମରେ ଆଲୋଚନା କରୁଥିବା ଦେଖାଯାଇଛି l