ଦାରିଙ୍ଗବାଡି,୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଥାନାରେ ଯୁବକ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ଯୁବକ ହେଲେ ଉକ୍ତ ଥାନା ଦନେକବାଡି ପଞ୍ଚାୟତ ମାଣ୍ଡୁବାଡ଼ି ଗ୍ରାମର ବଳେନ୍ଦ୍ର ନାୟକ (୩୦ ) । ସେ ନିଜ ଅଭିଯୋଗ ପତ୍ରରେ ଦାରିଙ୍ଗବାଡି ୩ ଛକର ୩ ଜଣ ବ୍ୟବସାୟିଙ୍କ ନାମରେ ଅଭିଯୋଗ କରିଛନ୍ତି। ସେ ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯେ, ବଳୟ ଏକ ବାଇକ ଯୋଗେ ଦାରିଙ୍ଗବାଡିରୁ ଭୁବନେଶ୍ୱର ଯାଉଥିଲେ ତେବେ ପୁରୁଣା ଷ୍ଟେଟବ୍ୟାଙ୍କ ନିକଟରେ ଜଣେ ବ୍ୟବସାୟୀ ରାସ୍ତା ମଝିରେ ପିକଅପ ଭ୍ୟାନ ଠିଆ କରିଥିଲେ। ବଳୟ ପଛରେ ବାଇକରେ ଯାଉଥିବା ବେଳେ ଉକ୍ତ ପିକଅପଭ୍ୟାନକୁ ରାସ୍ତାରୁ ସାଇଡ ଦେବାପାଇଁ ବଳୟ ବାଇକ ହର୍ଣ୍ଣ ବଜାଇଥିଲେ।ସେ ବାରମ୍ବାର ହର୍ଣ୍ଣ ବଜାଇବାରୁ ପିକଅପ ଭ୍ୟାନ ମାଲିକ ରାଗିଯାଇ ବଳୟଙ୍କୁ ଆକ୍ରମଣ କରିବା ସହ ତାଙ୍କ ନୂଆ ବାଇକକୁ ଭାଙ୍ଗିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ।ତେବେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ଦେଇଥିବା ବେଳେ ଖବର ଲେଖିବା ସୁଦ୍ଧା ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।