କିଲୋ ପିଛା ୩ ଶହରେ ବିକୁଥିଲେ ବାର୍‌ହା ମାଂସ, ଯୁବକଙ୍କୁ ଗିରଫ କଲା…

ପାଟଣା,୨୨।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ରହଣି ଦୁମା ଗ୍ରାମର ସମ୍ଭୁ ମହାନ୍ତଙ୍କ ପୁଅ ହରିଶ୍ଚନ୍ଦ୍ର ମହାନ୍ତ(୨୧)ଙ୍କୁ ବୁଧବାର ରାତିରେ ବାରହା ମାଂସ ବିକ୍ରୀ ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ହରିଶ୍ଚନ୍ଦ୍ର ବଣ ମହୁଲ ଡିହା ଗ୍ରାମର ପାତୁଲୁ ମୁଣ୍ଡାଙ୍କୁ ବାରହା ମାଂସ ବିକ୍ରୀ କରୁଥିବାର ଖବରପାଇ ବନ ବିଭାଗ ତରଫରୁ ବନପାଳ ନିରଞ୍ଜନ ସେଠୀ, ଗାର୍ଡ ଦେବଯାନୀ ମହାନ୍ତ, ପାରା ଷ୍ଟାଫ ଅଟଳ ସେଠୀ, ଏମ୍‌ ଡି ୱାସିମ ଚଢାଉ କରି ପାତଲୁ ଓ ହରିଶ୍ଚନ୍ଦ୍ରଙ୍କ ଘରୁ ମୋଟ ୧ କିଗ୍ରା ୫୯୦ ଗ୍ରାମ ବାର୍‌ହା ମାଂସ ସହ ଏକ ପ୍ଲାଷ୍ଟିକ ବ୍ୟାଗ, ମୋବାଇଲ ଫୋନକୁ ଜବତ କରିଛନ୍ତି। ପାତୁଲୁଙ୍କୁ ସାକ୍ଷୀ ରଖି ବନ ବିଭାଗ ଛାଡ଼ି ଦେଇଛି। ତେବେ ହରିଶ୍ଚନ୍ଦ୍ର ମୟୂରଭଞ୍ଜ ଜିଲା ଏକ ହାଟରୁ ବାରହା ମାଂସ କିଣି ୩ ଶହ ଟଙ୍କା କିଲୋରେ ପାଟଣା ରେଞ୍ଜରେ ବିକୁଥିବାର ସ୍ବୀକାର କରିଥିବା ରେଞ୍ଜର ଶ୍ରୀ ସର୍ଦ୍ଦାର କହିଛନ୍ତି।

Share