ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର ଭଗବତୀପ୍ଲଟ ସ୍ଥିତ ବାସଭବନରେ ନିଜ ପିସ୍ତଲରୁ ମୁଣ୍ଡକୁ ଗୁଳି ମାରି ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୋନପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ରାଜେଶ ଛାତ୍ର ସମୟରୁ କଂଗ୍ରେସ ସହିତ ଜଡ଼ିତ ରହିଥିଲେ। ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳି ଯାଇଛି।

 

Dharitri – The Largest & Most Trusted Odia Daily

Share
Tags: odisha