Categories: Home Leftଖେଳ

‘ଟିମ୍‌ ଇଣ୍ଡିଆ ଖୁବଶୀଘ୍ର ଖରାପ ସମୟରୁ ବାହାରି ଆସିବ’

ମୁସ୍କାଟ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରେ ପରାଜୟ ଯୋଗୁ ଭାରତୀୟ ଦଳ ପାଇଁ ଭୟବିତ ହେବାର କିଛି ଆବଶ୍ୟକତା ନାହିଁ। ଏହା ଟିମ୍‌ ଇଣ୍ଡିଆ ପାଇଁ ଅସ୍ଥାୟୀ ପର୍ଯ୍ୟାୟ। ଦଳ ଖୁବ୍‌ ଶୀଘ୍ର ଏଥିରୁ ବାହାରି ଆସିବ ବୋଲି ପୂର୍ବତନ ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି।

“ତୁମେ ଗୋଟିଏ ସିରିଜ୍‌ରେ ପରାସ୍ତ ହେଲେ ସମାଲୋଚନା କରିବା ଆରମ୍ଭ କରି ଦେଉଛ। ତୁମେ ପ୍ରତ୍ୟେକ ମ୍ୟାଚ୍‌ ଜିତି ପାରିବ ନାହିଁ। ଖେଳରେ ହାର ଜିତି ରହିଥାଏ। ଗତ ୫ ବର୍ଷ ହେଲା ଟିମ୍‌ ଇଣ୍ଡିଆ ବିଶ୍ୱର ଶ୍ରେଷ୍ଠ ଦଳ ହୋଇ ରହିଛି। ହଠାତ୍‌ କେମିତି ଦଳର ସ୍ଥର ତଳକୁ ଖସିପାରିବ? ଦଳ ୬୫ ପ୍ରତିଶତ ମ୍ୟାଚ୍‌ ଜିତୁଛି। ତେବେ ଚିନ୍ତିତ ହେବାର କାରଣ କ’ଣ। ଆମକୁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ” ବୋଲି ପୂର୍ବତନ କୋଚ୍‌ ଶାସ୍ତ୍ରୀ କହିଛନ୍ତି। ଗତବର୍ଷ ଟି୨୦ ବିଶ୍ୱକପ୍‌ ପରେ ତାଙ୍କ କାର୍ଯ୍ୟାକାଳ ଶେଷ ହୋଇଥିଲା।

କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପରେ ଏହା ଭାରତୀୟ ଦଳର ପ୍ରଥମ ସିରିଜ୍‌ ପରାଜୟ।

Share