ମୁମ୍ବାଇ,୧।୯: ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଫିଟନେସ ପରୀକ୍ଷାରେ ପାସ କରି ମୁମ୍ବାଇ ଫେରିଛନ୍ତି। BCCIର ସେଣ୍ଟର ଅଫ ଏକ୍ସଲେନ୍ସରେ ତାଙ୍କର ୟୋ-ୟୋ ପରୀକ୍ଷା ହୋଇଥିଲା। ଏଥିରେ ସେ ପାସ କରିଥିଲେ। ବିମାନବନ୍ଦରରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛ। ଯେଉଁଥିରେ ସେ କହୁଛନ୍ତି ଯେ ତୁମେ ବଡ଼ ଲୋକ ଭାଇ, କେହି ତୁମକୁ ଛୁଇଁ ପାରିବେ ନାହିଁ। ଏକଥା ସେ ଆଉ କାହାକୁ ନୁହେଁ, ଫଟୋଗ୍ରାଫରଙ୍କୁ କହିଥିଲେ। ବିମାନବନ୍ଦରରେ ତାଙ୍କର ଫଟୋ ଏବଂ ଭିଡିଓ ନେବା ଆରମ୍ଭ କରିବା ମାତ୍ରେ ରୋହିତ ସେମାନଙ୍କୁ ପଚାରନ୍ତି ଯେ, ତୁମେ କିଏ ଭାଇ? ତେଣୁ ସେମାନେ ଉତ୍ତର ଦିଅନ୍ତି ଯେ ଆମେ ଫଟୋଗ୍ରାଫର। ଏହା ଉପରେ ରୋହିତ କୁହନ୍ତି, ଆଚ୍ଛା, ତୁମେମାନେ ବହୁତ ବଡ଼ ଲୋକ ଭାଇ, କେହି ତୁମକୁ ଛୁଇଁ ପାରିବେ ନାହିଁ।
ରୋହିତ ଶର୍ମା ଏହି ବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି, ଗତବର୍ଷ ସେ T20 ଫର୍ମାଟକୁ ବିଦାୟ ଦେଇଥିଲେ। ସେ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି। ଭାରତର ପରବର୍ତ୍ତୀ ODI ସିରିଜ ଅକ୍ଟୋବରରେ ଅଷ୍ଟ୍ରେଲିଆ ସହିତ ଅଛି। ରୋହିତ ଶର୍ମା ଏହା ପୂର୍ବରୁ ଅଷ୍ଟ୍ରେଲିଆ A ବିପକ୍ଷରେ ଭାରତ A ଦଳରେ ମଧ୍ୟ ଖେଳିବେ।