ଧର୍ମପ୍ରାଣା ଯୋଗେଶ୍ୱରୀ ରଥଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା

ବଲାଙ୍ଗୀର, ୧୭।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗର ନିବାସୀ ଧର୍ମପ୍ରାଣା ଯୋଗେଶ୍ୱରୀ ରଥଙ୍କର (୮୬) ମଙ୍ଗଳବାର ସନ୍ଧ୍ୟାରେ ୭ଟା ୩୦ ମିନିଟ୍‌ ସମୟରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଅସୁସ୍ଥ ଥିଲେ। ଜଣେ ମିଷ୍ଟାଭାଷୀ ଓ ମେଳାପୀ ମହିଳା ଭାବେ ସେ ପରିଚିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପୁତ୍ର ଜୟଚନ୍ଦ୍ର ରଥ, ବିଶିଷ୍ଟ ବ୍ୟବସାୟୀ କିଶୋର କୁମାର ରଥ, ପୂର୍ବତନ ସୈନିକ ସଂଘ ସମ୍ପାଦକ ପ୍ରତାପ ରଥ ଓ ବ୍ୟବସାୟୀ ସରୋଜ ରଥ, ସମସ୍ତ ବୋହୂ, ଝିଅ ସୁପ୍ରଭା ରଥ, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ। ବୁଧବାର ସକାଳେ ବିଭୁତିପଡା ସର୍ଗଦ୍ୱାରଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ଦିଆଯାଇଛି। ଯୋଗେଶ୍ୱରୀ ଦେବୀଙ୍କ ମୃତ୍ୟୁଖବର ପାଇବା ପରେ ବହୁ ବିଶିଷ୍ଠ ବ୍ୟକ୍ତି, ବ୍ୟବସାୟୀ ଓ ପଡାବାସୀ ତାଙ୍କ ସର୍କିଟ ହାଉସ ନିକଟସ୍ଥ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।