ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ ଯାତ୍ରା ପାର୍ଟିର ଜିନିଷ ପତ୍ର ବୋଝେଇ ଏକ ଟ୍ରକ ଓଲୋଟି ଦୁର୍ଘଟଣା ଘଟିଛି। ଟ୍ରକରେ ୪ ଜଣ ଲୋକ ଥିବା ବେଳେ ଦୁର୍ଘଟଣାରେ କାହାରି କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।
ସୂଚନା ମୁତାବକ ଶ୍ରୀ ଗଣେଶ ଗୋଲ୍ଡେନ୍ ଅପେରା ନାମକ ଏକ ଯାତ୍ରା ପାର୍ଟି ଢେଙ୍କାନାଳରୁ ଆରଡ଼ି ନିକଟସ୍ଥ ତଳ ଦୂମୁକାକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିଲା। ଯାତ୍ରା ପାର୍ଟିର କଳାକାର ଏକ ବସ ଯୋଗେ ଯାଉଥିବା ବେଳେ ବିଭିନ୍ନ ଜିନିଷପତ୍ର ବୋଝେଇ ହୋଇ ଏକ ଟ୍ରକରେ ଯାଉଥିଲା। ଧାମନଗର ଏସଡିପିଓ ଅଫିସ ସାମ୍ନାରେ ଟ୍ରକଟି ନିଜର ଭାରସାମ୍ୟ ହରାଇ
ରାସ୍ତା ତଳକୁ ଓଲୋଟି ପଡ଼ିଥିଲା। ଉକ୍ତ ଗାଡ଼ିରେ ଡ୍ରାଇଭର ସମେତ ମୋଟ ୪ ଜଣ ଯାତ୍ରୀ ଥିଲେ। କାହାରି କିଛି ଖେୟକ୍ଷତି ହୋଇ ନ ଥିବା ବେଳେ କିଛି ଜିନିଷପତ୍ର ନଷ୍ଟ ହୋଇଥିବା ନେଇ ଜଣାଯାଇଛି। ତଳ ଦୁମୁକାଠାରେ ଶନିବାର ରାତିରୁ ୩ ରାତି ଧରି ଯାତ୍ରା ପରିବେଷଣ କରିବାକୁ ଥିବା ବେଳେ ଏହି ଦୁର୍ଘଟଣାକୁ ନେଇ ଯାତ୍ରା ପାର୍ଟି କଳାକାରମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily