ଅମରପାଲି,୨୭ା୯(ପୀତାମ୍ବର ସାହୁ):ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମର ଯତୀନ କୁମାର ବାଦୀ ୨୫୨ ର଼୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ସେ ଗାଁ ହାଇସ୍କୁଲରେ ପଢିବା ପରେ ବୀରମହାରାଜପୁର କଲେଜରେ ଯୁକ୍ତ ୨, ଅନୁଗୋଳର ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଓ ଇଗ୍ନୋରେ ସୋସିଓଲୋଜି ବିଷୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ। ଯତୀନ ଜଟେସିଂହା ଗ୍ରାମର ସ୍ବର୍ଗତ ଗୋପବନ୍ଧୁ ବାଦୀ ଓ ସୁଭାଷିନୀ ବାଦୀଙ୍କ ସାନ ପୁଅ। ସେ ତାଙ୍କର ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଥିବା ବେଳେ ଏଥିପାଇଁ ଦୈନିକ ୮ରୁ ୧୦ ଘଣ୍ଟା ଅଧ୍ୟୟନ କରୁଥିବା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କାମ କରି ଏହାର ଉନ୍ନତି କରିବାକୁ ଉଦ୍ୟମ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।