୨୦୨୫ରେ ରିଲିଜ ହେବ ‘କେଜିଏଫ୍‌ ୩’

ହାଇଦ୍ରାବାଦ: କେଜିଏଫ୍‌ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଥିଲା। ବକ୍ସ ଅଫିସରେ ‘କେଜିଏଫ୍‌-୨’ ମଧ୍ୟ ସୁପରହିଟ୍‌ ହେବା ସହ ୧୧୦୦ କୋଟି ବ୍ୟବସାୟ କରିଥିଲା। ଫିଲ୍ମର ଶେଷ ଆଡକୁ ଏହାର ତୃତୀୟ ଭାଗ ଆସିବ ବୋଲି କୁହାଯାଇଥିଲା। ଏବେ ଫିଲ୍ମକୁ ନେଇ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି।

ସୁପରଷ୍ଟାର ୟଶଙ୍କୁ ନେଇ ‘କେଜିଏଫ୍‌-୩’ ନିର୍ମାଣ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଜଣାଶୁଣା ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ୨୦୨୩ ଶେଷ ଆଡକୁ ଫିଲ୍ମକୁ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ୨୦୨୪ରେ ଏହାର ଶୁଟିଂ ହେବାକୁ ଥିବା ବେଳେ ୨୦୨୫ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।