ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି। ରଣବୀର ସିଂ, ଅକ୍ଷୟ ଖାନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ସାରା ଅଲି ଖାନ ଅଭିନୀତ ଏହି ଫିଲ୍ମର ଦ୍ୱିତୀୟ ଭାଗ ୨୦୨୬ ମାର୍ଚ୍ଚରେ ମୁକ୍ତିଲାଭ କରିବ ବୋଲି ଯୋଜନା କରାଯାଇଛି। ଆଦିତ୍ୟଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ୟାମି ଗୌତମ ଏହି ଫିଲ୍ମକୁ ନେଇ ନିଜ ମତ ଦେଇଛନ୍ତି। ୟାମି କହିଛନ୍ତି, ମୁଁ ସ୍କ୍ରିପ୍ଟ ପଢ଼ିବାବେଳେ ଆଦିତ୍ୟଙ୍କୁ କହିଥିଲି, ମୁଁ ପୁଅ ହୋଇଥାନ୍ତି କି! ସ୍କ୍ରିପ୍ଟଟି ଚମତ୍କାର। ୟାମି ଆହୁରି କହିଛନ୍ତି, ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ପୃଥକ ରଖନ୍ତି। ସମ୍ମାନର ସହିତ, ମୋର କୌଣସି ଆଶା ନାହିଁ। ଆମେ ବୃତ୍ତିଗତ ଜୀବନକୁ ସମ୍ମାନ କରୁ। ଯଦି ଆଦିତ୍ୟ ଏକ ସ୍କ୍ରିପ୍ଟ ଲେଖନ୍ତି ଏବଂ ତାଙ୍କୁ ଏଥିରେ ଯିଏ ଫିଟ୍‌ ଲାଗେ ସେ ନିଅନ୍ତି। ମୁଁ ବି ଏଥିରେ ସହମତ ଥାଏ। ଆମ ଭିତରେ ଆରମ୍ଭରୁ ଏହି ବୁଝାମଣା ଅଛି। ୟାମି ୨୦୨୧ରେ ଆଦିତ୍ୟଙ୍କୁ ବିବାହ କରିଥିଲେ। ସେମାନେ ବିବାହକୁ ଗୋପନୀୟ ରଖିଥିଲେ। ମେ ୨୦୨୪ରେ ୟାମି ପୁଅ ବେଦବିଦଙ୍କୁ ଜନ୍ମ ଦେଇଥିଲେ।

 

Dharitri – The Largest & Most Trusted Odia Daily

Share
Tags: yami gautam