୪୬ ବର୍ଷ ବୟସରେ ମତୁଆଲା କରୁଛନ୍ତି ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ; ହାଇସ୍କୁଲରେ ପଢ଼ୁଥିବା ବେଳେ ପଡ଼ିଥିଲେ ପ୍ରେମରେ

ନୂଆଦିଲ୍ଲୀ,୧୫।୧: ଚର୍ଚ୍ଚାରେ ଡବ୍ଲ୍ୟୁଡବ୍ଲ୍ୟୁଇର ଲୋକପ୍ରିୟ ତାରକା ମହିଳା ରେସଲର ତ୍ରିଶ୍‌ ଷ୍ଟ୍ରାଟସ୍‌। ୧୯୯୦ ଏବଂ ୨୦୦୦ ଦଶକରେ ସେ ୭ଥର ରେସଲିଂ ଚାମ୍ପିଅନ୍‌ ହୋଇଥିଲେ। ସେ ପୁରୁଷ ଚାମ୍ପିୟନଶିପ୍‌ ଜିତିଥିବା ଡବ୍ଲ୍ୟୁଡବ୍ଲ୍ୟୁଇର ମହିଳା ରେସଲରଙ୍କ ମଧ୍ୟରୁ ଜଣେ। ଏବେ ତ୍ରିଶ୍‌ଙ୍କୁ ୪୬ ବର୍ଷ ହେଲାଣି। ତଥାପି ସେ ବେଶ୍‌ ଫିଟ୍‌ ଥିବା ବେଳେ ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଅନେକଙ୍କ ନିଦ ମଧ୍ୟ ହଜାଉଛି।

୧୯୭୫ ଡିସେମ୍ବର ୧୮ରେ କାନାଡାର ଟରୋଣ୍ଟୋରେ ଜନ୍ମଗ୍ରହଣ କରିଥିଲେ ତ୍ରିଶ୍‌। ତାଙ୍କର ପ୍ରକୃତ ନାମ ପାଟ୍ରିସିଆ ଆନ୍‌ ଷ୍ଟ୍ରାଟିଜସ୍‌। କୁସ୍ତି ବ୍ୟତୀତ ତ୍ରିଶ୍‌ ଜଣେ ଫିଟ୍‌ନେସ ମଡେଲ ଏବଂ ଫିଟନେସ୍‌ ମାଷ୍ଟର।

୨୦୧୩ରେ ତାଙ୍କୁ ଡବ୍ଲ୍ୟୁଡବ୍ଲ୍ୟୁଇ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା। ଏହାପରଠାରୁ ସେ ଅନେକ ମୁକାବିଲା ଜିତିଛନ୍ତି। ୨୦୦୬ରେ ସେ କୁସ୍ତିରୁ ସନ୍ୟାସ ଘୋଷଣା କରିଥିଲେ। ହେଲେ ୨୦୧୮ରେ ପୁଣି ଫେରି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

୨୦୦୬ରେ ବଡି ବିଲ୍‌ଡର ରନ୍‌ ଫିସ୍କୋଙ୍କୁ ବିବାହ କରିଥିଲେ ତ୍ରିଶ୍‌। ଏବେ ଉଭୟଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି। ହାଇସ୍କୁଲରେ ପଢ଼ୁଥିବା ସମୟରେ ସେ ଫିସ୍କୋଙ୍କୁ ଭଲ ପାଇ ବସିଥିଲେ।

ରିଙ୍ଗରୁ ଦୂରେଇ ଯିବା ପରେ ତ୍ରିଶ୍‌ ୨୦୦୬ରେ ଏକ ଯୋଗ ଷ୍ଟୁଡିଓ ‘ଷ୍ଟ୍ରାଟସଫେର’ ସ୍ଥାପନ କରିଥିଲେ। ଏହା ମାଧ୍ୟମରେ ସେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରୁଛନ୍ତି। ଏଥିଲାଗି ତାଙ୍କର ବହୁତ ପ୍ରଶଂସା କରାଯାଇଛି। ତ୍ରିଶ୍‌ ଅନେକ ଫିଟ୍‌ନେସ୍‌ ମାଗାଜିନ୍‌ ଏବଂ ବ୍ୟବସାୟ ଲାଗି ପୁରସ୍କାର ମଧ୍ୟ ଜିତିଛନ୍ତି। ଏବେ ବେଳେବେଳେ ସେ ରେସଲିଂ ରିଙ୍ଗରେ ମଧ୍ୟ ନଜର ଆସୁଛନ୍ତି।