WPL 2024: ଗୁଜରାଟର ଅଧିନାୟକ ହେଲେ ବେଥ୍‌ ମୁନି

ନୂଆଦିଲ୍ଲୀ,୧୪।୨: ଫେବୃୟାରୀ ୨୩ରୁ ହେବାକୁ ଥିବା ଓମେନ୍‌ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ ସିଜନରେ ଗୁଜରାଟ ଜାଏଣ୍ଟସ୍‌ର ଅଧିନାୟକ ହେବେ ଅଷ୍ଟ୍ରେଲୀୟ କ୍ରିକେଟର ବେଥ୍‌ ମୁନି। ବୁଧବାର ଫ୍ରାଞ୍ଚାଇଜ୍‌ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ମୁନିଙ୍କୁ ପ୍ରଥମ ସିଜନରେ ମଧ୍ୟ ଦଳ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ହେଲେ ପ୍ରଥମ ମ୍ୟାଚ୍‌ ପରେ ସେ ଆହତ ହୋଇଥିଲେ। ଫଳରେ ସେ ଟୁର୍ନାମେଣ୍ଟର ବାକି ଥିବା ମୁକାବିଲା ଖେଳି ପାରି ନ ଥିଲେ। ତାଙ୍କ ଅନୁପସ୍ଥିତିରେ ଭାରତୀୟ ଅଲରାଉଣ୍ଡର ସ୍ନେହ ରାଣା ଦଳର ନେତୃତ୍ୱ ନେଇଥିଲେ।

Share
Tags: cricket