ମୋରଡ଼ା,୧୭ା୧୦(ସ୍ମାରକ ମାଜୀ ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଧୀନ ନୂଆଗାଁ ପଞ୍ଚାୟତର ଫୁଲଝରି ଗ୍ରାମରେ ଥିବା ମା’ ମନସାଙ୍କ ମନ୍ଦିରରେ ଗୁରୁବାର ଅପରାହ୍ନରେ ବଡ଼ପୂଜା ଓ ବାର୍ଷିକ ଘଟଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ନିକଟରେ ଥିବା ଏକ ପୋଖରୀରୁ ୩୦୦ରୁ ଊଦ୍ଧର୍ବ ମହିଳା ଓ ପୁରୁଷ ଘଟ ଶୋଭାଯାତ୍ରାରେ ମା’ଙ୍କ ମନ୍ଦିର ନିକଟରେ ପହଞ୍ଚତ୍ଥିଲେ। ଉକ୍ତ ଶୋଭାଯାତ୍ରାରେ କେତେଜଣ ଶ୍ରଦ୍ଧାଳୁ ବେକରେ ନାଗ ସାପ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳିଥିଲା। ଭକ୍ତମାନଙ୍କ ପାଇଁ ମନ୍ଦିର କମିଟି ତରଫରୁ ପ୍ରସାଦ ସେବନରର ବ୍ୟବସ୍ଥା କରାଯାଇଥିଲା। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।