ଆଜିଥ୍ରୋମାଇସିନ୍‌ରେ ପୋକ: ଖେଳିଗଲା ଚାଞ୍ଚଲ୍ୟ

ଭୋପାଳ,୧୭ା୧୦:ମଧ୍ୟପ୍ରଦେଶରେ କୋଲ୍ଡରିଫ୍‌ କଫ୍‌ ସିରପ୍‌ ସେବନ କରି ୨୩ ପିଲାଙ୍କ ମୃତ୍ୟୁ ଘଟଣା ପରେ ଏହାର ଉତ୍ପାଦନ ଓ ବିକ୍ରି ବନ୍ଦ ହୋଇଛି। ଏବେ ରାଜ୍ୟର ଏକ ସରକାରୀ ହସ୍ପିଟାଲରେ ଆଜିଥ୍ରୋମାଇସିନ୍‌ ଔଷଧରେ ପୋକ ଥିବା ଅଭିଯୋଗ ଆସିବା ପରେ ଉକ୍ତ ଔଷଧର ସମ୍ପୂର୍ଣ୍ଣ ଷ୍ଟକ୍‌କୁ ଫେରାଇ ନିଆଯାଇଛି। ଆଜିଥ୍ରୋମାଇସିନ୍‌ ଓରାଲ ସସ୍ପେନ୍‌ଶନ୍‌ର ନମୁନା ପରୀକ୍ଷା ପାଇଁ ଭୋପାଳର ଏକ ଲାବରେଟୋରିକୁ ପଠାଯାଇଛି। ପିଲାମାନଙ୍କୁ ବିଭିନ୍ନ ସଂକ୍ରମଣରୁ ଆରୋଗ୍ୟ ପାଇଁ ସାଧାରଣତଃ ଆଜିଥ୍ରୋମାଇସିନ୍‌ ଦିଆଯାଇଥାଏ। ମଧ୍ୟପ୍ରଦେଶର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ଜେନେରିକ୍‌ ଔଷଧକୁ ନେଇ ପ୍ରଶ୍ନ ଉଠିଛି।
ଆଜିଥ୍ରୋମାଇସିନ୍‌ ବୋତଲରେ ପୋକ ଥିତ୍ବା ନେଇ ମୋରାରସ୍ଥିତ ସରକାରୀ ହସ୍ପିଟାଲରେ ଜଣେ ମହିଳା ଅଭିଯୋଗ କରିଥିଲେ ବୋଲି ଡ୍ରଗ୍‌ ଇନ୍ସପେକ୍ଟର ଅନୁଭୂତି ଶର୍ମା ଗଣମାଧ୍ୟମକୁ କହିଛନ୍ତି। ମହିଳା ଆଣିଥିବା ଔଷଧ ବୋତଲ ଖୋଲା ଥିବାବେଳେ ଘଟଣାର ତଦନ୍ତ କରାଯାଉଛି। ହସ୍ପିଟାଲକୁ ଆସିଥିବା ଓ ଷ୍ଟକ୍‌ ଥିବା ସମସ୍ତ ୩୦୬ ବୋତଲ ଆଜିଥ୍ରୋମାଇସିନ୍‌କୁ ଫେରାଇ ନିଆଯିବା ସହ ଜବତ କରାଯାଇଛି। ଔଷଧର ନିରାପତ୍ତା ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଏହାକୁ ଭୋପାଳ ଲାବରେଟୋରିକୁ ପଠାଯାଇଥିବାବେଳେ କୋଲକାତାର ସେଣ୍ଟ୍ରାଲ ଡ୍ରଗ୍‌ ଲାବରେଟୋରିକୁ ପଠାଯିବ ବୋଲି ଡ୍ରଗ୍‌ ଇନ୍ସପେକ୍ଟର କହିଛନ୍ତି।

 

Dharitri – Odisha’s No.1 Odia Daily

 

Share