ଜନ୍ମନେଲା ବିଶ୍ୱର ସବୁଠୁ କମ୍‌ ଓଜନର ଶିଶୁ, ଗୋଟିଏ ସେଓର ଓଜନଠାରୁ ବି କମ୍‌

ସିଙ୍ଗାପୁରର ନ୍ୟାଶନାଲ ୟୁନିଭର୍ସିଟି ହସ୍ପିଟାଲରେ ଏକ ଶିଶୁ କନ୍ୟା ଜନ୍ମ ନେଇଛି। ଯାହାର ଓଜନ ଏକ ସେଓର ଓଜନଠାରୁ ବି କମ୍‌। କ୍ୱି ୟୁ ଜୁଆନ୍‌ ନାମକ ଜଣେ ମହିଳା ୨୫ ସପ୍ତାହ ଗର୍ଭଧାରଣ ପରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ତେବେ ଶିଶୁଟିର ଓଜନ ମାତ୍ର ୨୧୨ ଗ୍ରାମ୍‌। ଯାହା ଦେଖି ହସ୍ପିଟାଲରେ କାର୍ଯ୍ୟରତ ନର୍ସମାନେ ନିଜ ଆଖିକୁ ବିଶ୍ୱାସ କରିପାରି ନ ଥିଲେ। କାରଣ ସାଧାରଣତଃ ନବଜାତ ଶିଶୁଙ୍କର ଓଜନ ୨ରୁ ୪ କେଜି ମଧ୍ୟରେ ହୋଇଥାଏ। ତେବେ ଏହି ଶିଶୁର ଓଜନ ବହୁତ କମ୍‌।

ଏହା ପରେ ବିଶ୍ୱର ସମସ୍ତ ଡାକ୍ତରଖାନାର ରିପୋର୍ଟ ଜାଣିବାକୁ ଚାହିଁଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଏଥିରୁ ଜଣାପଡ଼ିଥିଲା ଏହି ଶିଶୁଟି ହିଁ ବିଶ୍ୱର ସବୁଠୁ କମ୍‌ ଓଜନର ଶିଶୁ।