ବିଶ୍ୱ ଆଦିବାସୀ ଦିବସ: ଏହି ଦ୍ୱୀପରେ ରୁହନ୍ତି ଦୁନିଆର ସବୁଠାରୁ ପୁରୁଣା ଜନଜାତି

ଆଜି ବିଶ୍ୱ ଆଦିବାସୀ ଦିବସ। ମାନବ ସଭ୍ୟତାର ସଦ୍ୟତମ ବା ଅପଡେଟ୍‌ ଢାଞ୍ଚାରୁ ବଞ୍ଚିତ ରୁହନ୍ତି ଆଦିବାସୀ। ଏହାପରେ ବି ନିଜର ସଂସ୍କୃତି, ପରମ୍ପରାକୁ ବଜାୟ ରଖିବାକୁ ଏମାନେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହୁଅନ୍ତି। ତେବେ ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଏପରି ଏକ ଦ୍ୱୀପ ଅଛି, ଯେଉଁଠାରେ ଦୁନିଆର ସବୁଠାରୁ ପୁରୁଣା ଆଦିବାସୀ ଜନଜାତି ବସବାସ କରନ୍ତି। ଏହାର ନାମ ହେଉଛି ସେଣ୍ଟିନଲ। ଏଠାରେ ଦୁନିଆର ସବୁଠାରୁ ପୁରୁଣା ଜାରୱା ନାମକ ଜନଜାତି ବାସ କରନ୍ତି। ପ୍ରାୟ ୬୦ହଜାର ବର୍ଷ ଧରି ଏହି ଦ୍ୱୀପରେ ସେମାନେ ରହି ଆସୁଛନ୍ତି। ତେବେ ଏହି ଦ୍ୱୀପକୁ ପର୍ଯ୍ୟଯକଙ୍କୁ ଯିବାକୁ ବାରଣ କରାଯାଇଛି କାରଣ ଏହି ସ୍ଥାନକୁ ଯିବା ବିପଜ୍ଜନକ ବୋଲି ଘୋଷଣା କରାଯାଇଛି।

ତେବେ ୫-୬ ବର୍ଷ ପୂର୍ବେ, ଜଣେ ଦୁଇଜଣ ବିଦେଶୀ ସେଠାକୁ ଯାଇଥିଲେ, କିନ୍ତୁ ସେମାନେ ଆଉ ଜୀବନ୍ତ ଫେରି ପାରି ନ ଥିଲେ। କେବଳ ସେମାନଙ୍କ ମୃତଦେହ ସେଠାରୁ ଫେରି ଆସିଥିଲା। ଭାରତ ସରକାର ଏଠାକୁ ଯିବାକୁ ସରକାରୀ ଭାବେ ବାରଣ କରିଛନ୍ତି। ବର୍ତ୍ତମାନ ଜାରୱା ଜନଜାତିର ପ୍ରାୟ ୪୦୦ ସଦସ୍ୟ ଅଛନ୍ତି। ସେଥିରୁ ୪୦-୫୦ଟି ପୃଥକ ଦଳ କରି ରହୁଛନ୍ତି।
ଜାରଓ୍ବାମାନେ ଧନୁତୀର ସହିତ ଘୁଷୁରି, କଇଁଛ ଏବଂ ମାଛ ଶିକାର କରନ୍ତି। ଏଥିସହ ସେମାନେ ଫଳମୂଳ, ପନିପରିବା ଏବଂ ମହୁ ଚାଷ କରନ୍ତି। ତାଙ୍କର ଧନୁତୀର ଚୋଇ କାଠରେ ର୍ନିମିତ, ଯାହାକୁ ସେ ବଟାରାଙ୍ଗ ନାମକ ଦ୍ୱୀପରୁ ସଂଗ୍ରହ କରନ୍ତି।

Share