ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନରେ ସାମିଲ ହେଲେ ଛାତ୍ରୀଛାତ୍ର

ବିଶ୍ୱ ପରିବେଶ ଦିବସ: ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନରେ ସାମିଲ ହେଲେ ଛାତ୍ରୀଛାତ୍ର
ବଲାଙ୍ଗୀର,୫ା୬(ସୁନୀଲ କୁମାର ମହାନ୍ତି): ସ୍ଥାନୀୟ ସରକାରୀ ବସ୍‌ଷ୍ଟାଣ୍ଡ ପରିସରରେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସପିଟାଲ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ ଜରିଆରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ଆୟୁର୍ବେଦ କଲେଜର କର୍ମଚାରୀ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠିତ ଡାକ୍ତର ମନମୋହନ ବାଗଙ୍କ ନେତୃତ୍ୱରେ ସରକାରୀ ନୂଆ ବସ୍‌ଷ୍ଟାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା। ସହରକୁ ଏକ ପ୍ଲାଷ୍ଟିକ ମୁକ୍ତ ସହର କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ବ ପରିବେଶ ଦିବସରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ପ୍ଲାଷ୍ଟିକ୍‌ ଓ ପଲିଥିନ କିପରି ଆମ ପରିବେଶ ଦୂଷିତ କରୁଛି ଏହା ଉପରେ ଛାତ୍ର ଛାତ୍ରୀଛାତ୍ରଙ୍କୁ ଓ ସେଠାରେ ଥିବା ଯାତ୍ରୀମାନଙ୍କୁ ସଚେତନତା କରଯାଇଥିଲା। ସମସ୍ତେ ମିଳିମିଶି ଆମେ ପ୍ଲାଷ୍ଟିକ ଓ ପଲିଥିନ୍‌କୁ ଏଣେ ତେଣେ ନ ପକାଇକୁ ଅନୁରୋଧ କରି ସଚେତନତା କରିଥିଲେ।

ଅନୁଷ୍ଠାନର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମର ଅଧିକାରୀ ଡ. ବୁଦ୍ଧଦେବ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠାନର ଡାକ୍ତରୀ ଛାତ୍ରୀଛାତ୍ର ଏକତ୍ରିତ ଭାବେ (ପ୍ଲାଷ୍ଟିକ ମୁକ୍ତ )ଅଭିଯାନ ଆରମ୍ଭ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ସଞ୍ଜୀବ ବେହେରା, ପ୍ରଦୀପ ସିଂଦେଓ, ଟୁନା ସାହୁ, ମୁନୁ ମିଶ୍ର, ସନ୍ତୋଷ ଦାସ (ବାପି) ଅନ୍ୟମାନେ ଉପସ୍ଥିତ ଥିଲେ। ଅଭିନନ୍ଦନ ସ୍ବଚ୍ଛ ସେବା ସଂଘ ବଲାଙ୍ଗୀରର ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ