Categories: Home Leftଖେଳ

କାତାରକୁ ଫିଫା ବିଶ୍ୱକପ୍‌ ଆୟୋଜନ ଅଧିକାର ପଛରେ ପୂର୍ବତନ ସିଆଇଏ ଏଜେଣ୍ଟ

ଓ୍ବାଶିଂଟନ,୨୩।୧୧: ସିଆଇଏର ଜଣେ ପୂର୍ବତନ ଅଧିକାରୀ ବର୍ଷ ବର୍ଷ ଧରି ୨୦୨୨ ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜକ କାତାର ପାଇଁ କାର୍ଯ୍ୟ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନ ଅଧିକାର ହାସଲ କରିବା ଲାଗି କାତାରକୁ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ଓ ଅଷ୍ଟ୍ରେଲିଆଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିରେ ବିଜୟ ଲାଭ କରିବା ଲାଗି ଦେଶ ସିଆଇଏ ଅଫିସରୁ ପ୍ରାଇଭେଟ କଣ୍ଟ୍ରାକ୍ଟର ପାଲଟି ଥିବା କେଭିନ ଚକରଙ୍କ ସହାୟତା ନେଇଥିଲା। କେଭିନ ବିଡ୍‌ ଦାଖଲ କରିଥିବା ଅନ୍ୟ ଟିମ୍‌ ଏବଂ ପ୍ରମୁଖ ଫୁଟ୍‌ବଲ ଅଫିସିଆଲଙ୍କ ବିରୋଧରେ ଗୋଇନ୍ଦାଗିରି କରୁଥିଲେ।

Share