Categories: Home Leftଖେଳ

ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନ୍‌ ବିଜୟ ଟାର୍ଗେଟ ରଖିଲା ପାକିସ୍ତାନ

ଚେନ୍ନାଇ,୨୭।୧୦ ବିଶ୍ୱକପ୍‌ ଫାଇଟ୍‌ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିଛି ପାକିସ୍ତାନ। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଏହି ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ନ ପାରି ୪୬.୪ ଓଭରରେ ୨୭୦ ରନ ଅଲଆଉଟ ହୋଇଯାଇଛି। ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ଜିତିବାକୁ ହେଲେ ୨୭୧ ରନ୍‌ କରିବାକୁ ପଡିବ। ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନ୍‌ ବିଜୟ ଟାର୍ଗେଟ ରଖିଛି ପାକିସ୍ତାନ ।