ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌: ଫାଇନାଲ୍‌ରେ ସୁନା ପୁଅ

ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ପୁଣି ଜଲଓ୍ବା ଦେଖାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆମେରିକାର ଓରେଗନରେ ଆୟୋଜିତ ଏହି ଚାମ୍ପିଅନଶିପରେ ମୋଟ ୩୪ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହି ଦୁଇ ଗ୍ରୁପ୍‌ର ୧୨ ଜଣ ଶ୍ରେଷ୍ଠ ଖେଳାଳି ଶନିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ ଇଭେଣ୍ଟରେ ଜାଭେଲିନ ଫିଙ୍ଗିବାର ସୁଯୋଗ ପାଇବେ।
ଟୋକିଓ ଅଲିମ୍ପିକରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲ୍‌ରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି। ୨୪ ବର୍ଷୀୟ ନୀରଜ ନିଜ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ଥ୍ରୋ ସହିତ ଗ୍ରୁପ ଏ ରାଉଣ୍ଡରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ ଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ନୀରଜଙ୍କ ସହ ଚେକ ରିପବ୍ଲିକର ଜାକୁବ ଭାଡଲେଜ ମଧ୍ୟ ପ୍ରଥମ ପ୍ରୟାସରେ ୮୫.୨୩ ମିଟର ଜାଭେଲିନ ଥ୍ରୋ ସହିତ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଗ୍ରୁପ ବିରେ ଆଉ ଜଣେ ଭାରତୀୟ ଆଥଲେଟ ରୋହିତ ଯାଦବ ମଧ୍ୟ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି।

Share