ନିର୍ବାଚନରେ ଲାଗିଥିଲା ୧୪ ହଜାର କୋଟିର ବିଶ୍ୱବ୍ୟାଙ୍କ ପାଣ୍ଠି

ନୂଆଦିଲ୍ଲୀ,୧୭ା୧୧: ବିଭିନ୍ନ ପ୍ରକଳ୍ପରେ ବିନିଯୋଗ ପାଇଁ ଉଦ୍ଦିଷ୍ଟ ୨୧,୦୦୦ କୋଟି ଟଙ୍କା ବିଶ୍ୱବ୍ୟାଙ୍କ ପାଣ୍ଠିରୁ ୧୪,୦୦୦ କୋଟି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କ ଆକାଉଣ୍ଟକୁ ପଠାଯାଇଥିବା ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ରବିବାର ଅଭିଯୋଗ କରିଛି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁହେବାର ମାତ୍ର ଘଣ୍ଟାଏ ପୂର୍ବରୁ ଏହି ଅର୍ଥକୁ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ବିନିଯୋଗ ପାଇଁ ମଞ୍ଜୁରୀ ଦିଆଯାଇଥିଲା ବୋଲି ଦଳର ମୁଖପାତ୍ର ପବନ ବର୍ମା କହିଛନ୍ତି। ବିହାରରେ ସାର୍ବଜନିକ ଋଣ ପରିମାଣ ୪,୦୬,୦୦୦ କୋଟି ଏବଂ ଦୈନିକ ସୁଧ ପରିମାଣ ୬୩ କୋଟି ଟଙ୍କା। ଏଭଳି ସ୍ଥିତିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ୧୪,୦୦୦ କୋଟି ଟଙ୍କା କାଢ଼ିନିଆଯାଇ ରାଜ୍ୟର ୧.୨୫ କୋଟି ମହିଳାଙ୍କୁ ବଣ୍ଟନ କରାଯାଇଥିବା ବର୍ମା କହିଛନ୍ତି।

 

Dharitri – The Largest & Most Trusted Odia Daily

Share