ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର-ବାସୁଦେବପୁର ଗ୍ରାମ ନିକଟ ଚାଷ ଜମିରେ କାମ କରୁଥିବା ବେଳେ ସୋମବାର ଅପରାହ୍ନରେ ବଜ୍ରପାତ ଯୋଗୁ ଗୋକର୍ଣ୍ଣପୁର ଗ୍ରାମ ବସଷ୍ଟାଣ୍ଡ ସାହିର ଚିନ୍ନାରି. ଏରାମା ପାତ୍ର (୫୫) ନାମ୍ନୀ ମହିଳା ମୃତ୍ୟୁ ବରଣ କରିଛନ୍ତି। ଆଖପାଖ ଜମିରେ କାମକରୁଥିବା କୃଷି ଶ୍ରମିକ ମାନେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଦିଗପହଣ୍ଡି ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।