‘ଶ୍ରମିକଙ୍କୁ ମିଳିବ ରୋଜଗାରର ନୂଆ ଗ୍ୟାରେଣ୍ଟି’

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବା ଭବନଠାରେ ବିକଶିତ ଭାରତ-ଜୀ ରାମ ଜୀ ଆକ୍ଟ ସମ୍ପର୍କୀୟ ବ୍ଲକସ୍ତରୀୟ ପ୍ରସ୍ତୁତି ତଥା ସଂଯୋଜନା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଏପିଓ ଲିଜା ବରିହା ଓ ପିଇଓ ବସନ୍ତ ମିଶ୍ର ଯୋଗଦେଇ ଶ୍ରମିକମାନଙ୍କୁ ୧୨୫ଦିନର ଗ୍ରାମୀଣ ରୋଜଗାରର ନୂଆ ଗ୍ୟାରେଣ୍ଟି ଉପରେ ଆଲୋଚନା କରିଥିଲେ।

ବୈଠକରେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସ. ମାଲପଡ଼ା ସରପଞ୍ଚ ବରୁଣ ଛତ୍ରୀଆ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବୋରପଦର ସରପଞ୍ଚ ସୁବାଷ ସାହୁ, ଜୋରାଡ଼ବରା ଖିତିସୁତା ସାହୁ, ରାଜପୁର ସରପଞ୍ଚ କୌଶଲ୍ୟା ରଣା, ପୌରକେଲା ସରପଞ୍ଚ ଯଶୋଶ୍ୱିନୀ ଧରୁଆ, ଖବରଦାତା ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ଏଡିଇଓ ପ୍ରମୁଖ ଉପସ୍ଥିତ ଥିଲେ। ଡିଇଓ ନରହରି ସାହୁ ସହଯୋଗ କରିଥିଲେ।