କଟକ,୭।୬: ଶୈଳବାଳା ମହିଳା ମହାବିଦ୍ୟାଳୟର କ୍ୟାମ୍ପସ ନିର୍ମାଣ ବେଳେ ଶନିବାର ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ୬ ମହଲା କୋଠାରୁ ଖସି ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, କାମ କରୁଥିବା ବେଳେ ଶ୍ରମିକ ଜଣକ ୬ ମହଲା କୋଠାରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।