Categories: Home Leftଖେଳ

ମହିଳା ଟି୨୦ ବିଶ୍ୱକପ: ଆଜି ଆୟର୍ଲାଣ୍ଡକୁ ଭେଟିବ ଭାରତ

ଜିକ୍ୱେବର୍‌ହା(ଦକ୍ଷିଣ ଆଫ୍ରିକା),୨୦ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ସୋମବାର ଆୟର୍ଲାଣ୍ଡକୁ ଭେଟିବ। ପୂର୍ବ ମ୍ୟାଚ୍‌ରେ ଇଂଲଣ୍ଡ ନିକଟରୁ ଭାରତ ପରାଜିତ ହୋଇଥିଲା। ଫଳରେ ଭାରତ ବୃହତ୍‌ ବିଜୟ ସହ ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲ ଦୌଡ଼ରେ ସାମିଲ ହେବାକୁ ଲକ୍ଷ୍ୟ ରହିବ।

ଇଂଲଣ୍ଡଠାରୁ ୧୧ ରନ୍‌ରେ ପରାଜିତ ହୋଇଥିବା ଭାରତ ଟୁର୍ନାମେଣ୍ଟରେ ପ୍ରଥମ ପରାଜୟ ଥିଲା। ଗ୍ରୁପ୍‌ ‘ବି’ ପଏଣ୍ଟ ଟେବୁଲରେ ଭାରତ ୩ଟି ମ୍ୟାଚ୍‌ରୁ ୪ ପଏଣ୍ଟ ଅର୍ଜନ କରି ଇଂଲଣ୍ଡ (୩ଟି ମ୍ୟାଚ୍‌ରୁ ୬ ପଏଣ୍ଟ) ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ହରମନପ୍ରୀତ କୌରଙ୍କ ଦଳ ଆୟର୍ଲାଣ୍ଡ ବିପକ୍ଷ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ବୃହତ୍‌ ବିଜୟ ହାସଲ କରିପାରିଲେ ସେମିଫାଇନାଲ ପାଇଁ ଦୃଢ଼ ଦାବିଦାର ହୋଇପାରିବ। ଦଳର ନେଟ୍‌ ରନ୍‌ରେଟ୍‌ ବର୍ତ୍ତମାନ +୦.୨୦୫ ରହିଛି। ଦଳକୁ ଏଥିରେ ଉନ୍ନତି ଆଣିବାକୁ ପଡ଼ିବ। ମ୍ୟାଚ୍‌ ସନ୍ଧ୍ୟା ୬ଟା ୩୦ରେ ଆରମ୍ଭ ହେବ। ଏହାର ପ୍ରସାରଣ: ଷ୍ଟାର ସ୍ପୋଟର୍‌ସରେ କରାଯିବ