Categories: Home Leftଖେଳ

ମହିଳା ଟି୨୦ ବିଶ୍ୱକପ: ଲଡର୍‌ସରେ ଖେଳାଯିବ ଫାଇନାଲ ମ୍ୟାଚ୍‌

ଦୁବାଇ,୨ା୫: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ବର୍ଦ୍ଧିତ ମହିଳା ଟି୨୦ ବିଶ୍ୱକପ୍‌ ୨୦୨୬ର ଫାଇନାଲ ଆସନ୍ତାବର୍ଷ ଜୁଲାଇ ୫ରେ ଖେଳାଯିବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଘୋଷଣା କରାଯାଇଛି। ୧୨ଟି ଦଳକୁ ନେଇ ହେବାକୁଥିବା ଏହି ଟୁର୍ନାମେଣ୍ଟ ଜୁନ୍‌ ୧୨ରୁ ଲଡର୍‌ସରେ ଆରମ୍ଭ ହେବ, ଯେଉଁଠାରେକି ପୂର୍ବରୁ ୨୦୧୭ରେ ମହିଳା ଅନ୍ତର୍ଜାତୀୟ ଦିନିକ୍ରା ବିଶ୍ୱକପ୍‌ ଫାଇନାଲ ଖେଳାଯାଇଥିଲା।

ଲଡର୍‌ସ ବ୍ୟତୀତ ଅନ୍ୟ ୬ଟି ଭେନ୍ୟୁ ଯଥା ଓଲ୍ଡ ଟ୍ରାଫୋର୍ଡ, ହେଡିଙ୍ଗଲେ, ଏଜ୍‌ବୋଷ୍ଟନ, ଦୁଇ ଓଭାଲ, ହାମ୍ପଶାୟାର ବାଓଲ ଓ ବ୍ରିଷ୍ଟଲ କାଉଣ୍ଟି ଗ୍ରାଉଣ୍ଡରେ ମ୍ୟାଚଗୁଡ଼ିକ ଖେଳାଯିବ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ ପରେ ନକ୍‌ଆଉଟ ପର୍ଯ୍ୟାୟ ଖେଳାଯିବ।

ପୂର୍ଣ୍ଣାଙ୍ଗ କାର୍ଯ୍ୟସୂଚୀ ପରେ ପ୍ରକାଶ ପାଇବ। ଟୁର୍ନାମେଣ୍ଟରେ ଭାଗନେଉଥିବା ୧୨ଟି ଦଳ ମଧ୍ୟରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ସମେତ ୮ଟି ଦଳ ଇତିମଧ୍ୟରେ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଅନ୍ୟ ୪ଟି ଦଳ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ କ୍ୱାଲିଫାୟର ଜରିଆରେ ଯୋଗ୍ୟତା ଅର୍ଜନ କରିବେ।