୨୭ରେ ଓମେନ୍ସ ପ୍ରିମିୟର ଲିଗ୍‌ ଅକ୍ସନ: ୨୭୭ ଖେଳାଳି ହେବେ ନିଲାମ

ନୂଆଦିଲ୍ଲୀ,୨୧ା୧୧: ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀଠାରେ ଆଗାମୀ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଅନୁଷ୍ଠିତ ହେବ। ଆଗାମୀ ସଂସ୍କରଣ ଲାଗି ବିଭିନ୍ନ ଦଳରେ ମୋଟ ୭୩ ସ୍ଲଟ ଫାଙ୍କା ଥିବାବେଳେ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଦୀପ୍ତି ଶର୍ମାଙ୍କ ସମେତ ୨୭୭ ଖେଳାଳି ନିଲାମ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଡବ୍ଲ୍ୟୁପିଏଲ୍‌ ପକ୍ଷରୁ କୁହାଯାଇଛି ଯେ, ୧୯ ଖେଳାଳି ସର୍ବାଧିକ ବେସ୍‌ ପ୍ରାଇସ୍‌ ୫୦ ଲକ୍ଷରେ ନାମ ପଞ୍ଜୀକୃତ କରାଇଥିବା ବେଳେ ୧୧ ଖେଳାଳି ୪୦ ଲକ୍ଷ ଓ ୮୮ ଖେଳାଳି ୩୦ ଲକ୍ଷ ବେସ ପ୍ରାଇସ୍‌ରେ ନାମ ପଞ୍ଜୀକୃତ କରାଇଛନ୍ତି।

ସର୍ବାଧିକ ବେସ୍‌ ପ୍ରାଇସ୍‌ କାଟେଗୋରିରେ ଭାରତୀୟ ଦଳର ଅଲରାଉଣ୍ଡର ଦୀପ୍ତି, ହର୍ଲିନ ଦେଓଲ, ପ୍ରତିକା ରାଓ୍ବଲ, ପୂଜା ଭଷ୍ଟ୍ରକାର, ଉମା ଛେତ୍ରୀ ଓ କ୍ରାନ୍ତି ଗୌଡ଼ ରହିଛନ୍ତି। ଏହି ତାଲିକାରେ ନ୍ୟୁଜିଲାଣ୍ଡର ସୋଫି ଡିଭାଇନ, ଆମେଲିଆ କେର, ଇଂଲଣ୍ଡର ସୋଫି ଇକଲେଷ୍ଟୋନ, ଅଷ୍ଟ୍ରେଲିଆର ଆଲିସା ହିଲି ଓ ମେଗ ଲାନିଂ, ଦକ୍ଷିଣ ଆଫ୍ରିକାର ଲୌରା ଓ୍ବଲଭାର୍ଡଟଙ୍କ ଭଳି ମାର୍କି ଖେଳାଳି ରହିଛନ୍ତି ଓ ଏମାନଙ୍କ ସହ ଅକ୍ସନ ଆରମ୍ଭ ହେବ।

Dharitri – Odisha’s No.1 Odia Daily

Share