ଭୁବନେଶ୍ୱର,୧୨।୨(ଅନୁରାଧା ମହାରଣା): ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ‘ଅନ୍ତର୍ଜାତୀୟ ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକା ଦିବସ-୨୦୨୬’ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ କାର୍ଯ୍ୟରତ ମହିଳା ବୃତ୍ତିଧାରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନିତ କରାଯାଇଛି। ମିଟରିଂ ଏବଂ ନେଟ୍ୱର୍କ ପରିଚାଳନାଠାରୁ ଆରମ୍ଭକରି ତାଲିମ ଏବଂ ଗୁଣବତ୍ତା ନିଶ୍ଚିତ କରିବା ପର୍ଯ୍ୟନ୍ତ, ମହିଳା ଇଞ୍ଜିନିୟର ଏବଂ ଟେକ୍ନିସିଆନମାନେ ଓଡ଼ିଶାର ବିଦ୍ୟୁତ୍ ସେବାକୁ ଅଧିକ ଭରସାଯୋଗ୍ୟ, ସ୍ବଚ୍ଛ ଏବଂ ଗ୍ରାହକମାନଙ୍କ ପାଇଁ ସହଜ କରିବାରେ ବଡ଼ ଭୂମିକା ନେଉଛନ୍ତି । ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ ସଂସ୍ଥା ଭାବରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ ବିଶ୍ୱାସକରେ ଯେ, ଦକ୍ଷ କର୍ମଚାରୀମାନଙ୍କ ଦ୍ୱାରା ହିଁ ଶ୍ରେଷ୍ଠ ପ୍ରଦର୍ଶନ କରାଯାଇପାରିବ। ଏକ ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମଜୀବୀ ଗଠନ କରିବା ଲକ୍ଷ୍ୟରେ କମ୍ପାନୀ ନିଜର ୪ଟି ଡିସ୍କମ୍ ଯଥା ଟିପିସିଓଡିଏଲ, ଟିପିଏସ୍ଓଡିଏଲ୍, ଟିପିଡବୁ୍ଲ୍ୟଓଡିଏଲ୍ ଏବଂ ଟିପିଏନ୍ଓଡିଏଲ୍ରେ ମହିଳାମାନଙ୍କୁ ପ୍ରମୁଖ କାର୍ଯ୍ୟରେ ନିୟୋଜିତ କରୁଛି। ସ୍ବତନ୍ତ୍ର ପ୍ରଶିକ୍ଷଣ, ଫିଲ୍ଡ କାମର ଅଭିଜ୍ଞତା ଏବଂ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ଠିକ୍ ସୁଯୋଗ ଦେଇ କମ୍ପାନୀ କ୍ରମାଗତ ଭାବେ ମହିଳାମାନଙ୍କୁ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସଶକ୍ତ କରୁଛି। ବିଜ୍ଞାନ କ୍ଷେତ୍ରରେ ମହିଳା ଓ ବାଳିକାମାନଙ୍କ ସମାନ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍) ଅଧୀନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଅଭିଯାନ ମଧ୍ୟରେ ଓଡ଼ିଶାର ମହିଳା ଆଇଟିଆଇ ଛାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ, ନିଯୁକ୍ତି ଦକ୍ଷତା ବୃଦ୍ଧି ପାଇଁ ‘ରୋଶନୀ’ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ଏବଂ କ୍ୟାରିୟରରେ ବିରତି ନେଇଥିବା ମହିଳାମାନଙ୍କୁ ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରାଇ ଆଣିବା ପାଇଁ ‘ନୂଆ ଆରମ୍ଭ’ ଭଳି ଅଭିନବ ପ୍ରୟାସ ଅନ୍ତର୍ଭୁକ୍ତ।