ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍ବଲ୍ ଏସିଆ କପ୍ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଦଳ ବର୍ତ୍ତମାନ ଆୟୋଜକ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ। ଶନିବାର ଖେଳାଯାଇଥିବା ଏହି ମ୍ୟାଚର ୯୦ମିନିଟ ଖେଳରେ ଗୋଲ୍ଶୂନ୍ୟ ରହିଥିଲା। ଅତିରିକ୍ତ ଖେଳର ୩ୟ ମିନିଟରେ ତାଇଓ୍ବାନର ଶାଓ ଜିକ୍ୱିନଙ୍କ ଗୋଲ୍ ବଳରେ ଚାଇନା ପ୍ରଥମେ ୧-୦ ଗୋଲ୍ରେ ଅଗ୍ରଣୀ ଲାଭ କରିଥିଲା। ପରେ ତାଇଓ୍ବାନର ୧୧୮ତମ ମିନିଟ୍ରେ ୟିନ୍ଘୁଇ ଚେନ୍ଙ୍କ ଗୋଲ୍ରେ ଚାଇନା ୨-୦ େଗୋଲ୍ରେ ବିଜୟ ଲାଭ କରିଥିଲା।
ଶୁକ୍ରବାର ଉତ୍ତର କୋରିଆ ବିପକ୍ଷରେ ୨-୧ ଗୋଲ୍ରେ ବିଜୟ ହାସଲ କରି ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିବା ସହ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିପାରିଛି। ସିଡ୍ନୀରେ ଅନ୍ୟ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆ ୬-୦ଗୋଲରେ ଉଜ୍ବେକିସ୍ତାନକୁ ପରାସ୍ତ କରି ଅନ୍ୟତମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।
ରବିବାର ଜାପାନ ପ୍ରତିଯୋଗିତାର ଶେଷ କ୍ୱାର୍ଟରଫାଇନାଲରେ ଫିଲିପାଇନ୍ସକୁ ଭେଟିବ। ଜାପାନ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୩ଟି ମ୍ୟାଚରେ ବିଜୟ ହାସଲ କରିଛି। ସେମିଫାଇନାଲ ମ୍ୟାଚ୍ଗୁଡ଼ିକ ମଙ୍ଗଳବାର ଓ ବୁଧବାର ଖେଳାଯିବ। ଫାଇନାଲ ଶନିବାର ସିଡ୍ନୀଠାରେ ଅନୁଷ୍ଠିତ ହେବ।