SYDNEY, AUSTRALIA - NOVEMBER 28: The Thunder celebrate victory during the Women's Big Bash League Final between the Melbourne Stars and the Sydney Thunder at North Sydney Oval, on November 28, 2020, in Sydney, Australia. (Photo by Ryan Pierse/Getty Images)
ସିଡନୀ,୨୯।୧୧: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ରେ ସିଡ୍ନୀ ଥଣ୍ଡର ଏଥର ଚାମ୍ପିୟନ ହୋଇଛି। ଶନିବାର ସ୍ଥାନୀୟ ନର୍ଥ ସିଡ୍ନୀ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ସିଡ୍ନୀ ଥଣ୍ଡର ୭ ଉଇକେଟରେ ମେଲବୋର୍ନ ଷ୍ଟାର୍ସକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିଛି। ଦକ୍ଷିଣ ଆଫ୍ରିକା ବୋଲର ଶବନୀମ ଇସ୍ମାଇଲ୍ ପ୍ଳେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
ଟସ୍ ଜିତି ମେଲବୋର୍ନ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିଲା। ଜବାବରେ ସିଡ୍ନୀ ଥଣ୍ଡର ୧୩.୪ ଓଭରରେ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ସିଡ୍ନୀ ତରଫରୁ ହିଦର ନାଇଟ ୨୬ ଓ ଅଧିନାୟିକା ରାଚେଲ ହେନ୍ସ ୨୧ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଚଲେ ଟ୍ରେନ୍ମ୍ୟାନ ୨୩, ଟାମି ବିୟୁମାଉଣ୍ଟ ୧୬ ରନ୍ ସଂଗ୍ରହ କରିଥିଲେ। ବୋଲିଂରେ ମେଲବୋର୍ନ ତରଫରୁ ନାଟଲି ସ୍କିଭର, ଆଲାନା କିଙ୍ଗ୍, ଟେସ୍ ଫ୍ଲିଣ୍ଟଫ୍ ଗୋଟଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ମେଲବୋର୍ନ ତରଫରୁ କାଥେରାଇନ ବ୍ରଣ୍ଟ ସର୍ବାଧିକ ଅପରାଜିତ ୨୨, ଅନାବେଲ ସଦରଲାଣ୍ଡ ୨୦, ନାଟାଲି ସ୍କିଭର ୧୧, ଅଧିନାୟିକା ମେଗ୍ ଲାନିଂ ୧୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ସିଡ୍ନୀ ତରଫରୁ ଇସ୍ମାଇଲ ଓ ସାମି ଜୋ ଜନସନ ୨ଟି ଲେଖାଏ, ସାମନ୍ଥା ବେଟ୍ସ, ହାନା ଡାର୍ଲିଂଟନ, ଲାଉରେନ ସ୍ମିଥ୍ ଓ ହିଦର ନାଇଟ୍ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।