ନୂଆଦିଲ୍ଲୀ,୧ା୧୧: ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଯଦି ଆଇସିସି ଟ୍ରଫି ଉଠାଇବାରେ ସଫଳ ହୁଏ, ତେବେ ବିସିସିଆଇ ପକ୍ଷରୁ ସେମାନଙ୍କୁ ଗତବର୍ଷ ଟି୨୦ ବିଶ୍ୱକପ୍ ଜିତିଥିବା ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଭଳି ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯିବ।
”ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ବେତନକୁ ବିସିସିଆଇ ସମର୍ଥନ କରେ। ଏଣୁ ଯଦି ମହିଳାମାନେ ବିଶ୍ୱକପ୍ ଜିତନ୍ତି, ତେବେ ସେମାନଙ୍କୁ ବିଶ୍ୱକପ୍ ବିଜୟୀ ପୁରୁଷ ଦଳଠାରୁ କମ୍ ଦିଆଯାଇପାରିବ ନାହିଁ। କିନ୍ତୁ ଏହି ସମ୍ପର୍କରେ ଘୋଷଣା କରିବା ଉଚିତ ହେବ ନାହିଁ“ ବୋଲି ବିସିସିଆଇ ସୂତ୍ରରୁ କୁହାଯାଇଛି।
Dharitri – Odisha’s No.1 Odia Daily