ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍‌ଏମ୍‌ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର

ବଲାଙ୍ଗୀର, ୧୪।୭( ସୁନିଲ ମହାନ୍ତି):ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ସୋମବାର କଂଗ୍ରେସ ଓ ବିଜେଡି ଛାତ୍ର ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଛାତ୍ର କଂଗ୍ରେସ ନେତା ଅଙ୍କିତ ସାହୁ ଓ ଚିନ୍ମୟ ବେହେରା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ରାଜ୍ୟର ନାରୀ ଅସୁରକ୍ଷିତ ବୋଲି ପ୍ରମାଣ ବୋଲି କହିଛନ୍ତି। ବିଜେଡି ଛାତ୍ର ନେତା ସୁମନ ନନ୍ଦ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସରକାର ଦାୟୀ ବୋଲି କହି ଘଟଣାର ନିନ୍ଦା କରିଛନ୍ତି।