ଦ୍ୱିତୀୟ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ମହିଳା ହକ୍‌ଦାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୨: ଜଣେ ମହିଳାଙ୍କ ପୂର୍ବ ବିବାହ ଆଇନତଃ କାଏମ୍‌ ରହିଥିଲେ ମଧ୍ୟ ସିଆର୍‌ପିସିର ଧାରା ୧୨୫ ଅନୁଯାୟୀ ସେ ତାଙ୍କ ଦ୍ୱିତୀୟ ସ୍ବାମୀଙ୍କଠାରୁ ଭରଣପୋଷଣ ଦାବି କରିବାକୁ ହକ୍‌ଦାର ବୋଲି ସୁପ୍ରମକୋର୍ଟ କହିଛନ୍ତି।

ଜଷ୍ଟିସ୍‌ ବି.ଭି. ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି, ଭରଣପୋଷଣ ଭଳି ସାମାଜିକ କଲ୍ୟାଣ ବ୍ୟବସ୍ଥାର ଲକ୍ଷ୍ୟଗୁଡ଼ିକୁ ବ୍ୟାପକ ବ୍ୟାଖ୍ୟା କରିବାକୁ ହେବ। କଠୋର ଆଇନଗତ ବ୍ୟାଖ୍ୟା ଏହାର ମାନବୀୟ ଉଦ୍ଦେଶ୍ୟକୁ ହରାଇବାକୁ ଅନୁମତି ଦେବା ଉଚିତ ନୁହେଁ।

ସିଆର୍‌ପିସିର ଧାରା ୧୨୫କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୪୪ରେ ପରିବର୍ତ୍ତନ କରାଯାଇଛି। ଅଲଗା ରହୁଥିବା ମହିଳାଙ୍କୁ ଭରଣପୋଷଣ ଦେବା ପାଇଁ ଖଣ୍ଡପୀଠ ଦ୍ୱିତୀୟ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେବା ଅବସରରେ କହିଛନ୍ତି, ଭରଣଭୋଷଣ ଲକ୍ଷ୍ୟ ନିର୍ଦ୍ଦିଷ୍ଟ ତଥ୍ୟ ବିରୋଧରେ ଯାଉଥିଲେ ମଧ୍ୟ ଏହାକୁ ଆମେ ବିବେକର ସହିତ ମନା କରିପାରିବୁ ନାହିଁ।