ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୨ ଜଣ ମହିଳାଙ୍କୁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏର ଚେକ୍ ପ୍ରଦାନ କରାଯାଇଛି। ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ଡେପୁଟି ମ୍ୟାନେଜର ନାଗେଶର ରାଓଙ୍କ ଉପସ୍ଥିତିରେ ଏହି ଟଙ୍କା ଚେକ୍ ଆକାରରେ ପ୍ରଦାନ କରାଯାଇଛି । ବିଛଣା ପଲି ଗ୍ରାମର ଏସ୍ କାନ୍ତିଆ ଆମଙ୍କ ମୃତ୍ୟୁପରେ ଏହି ଯୋଜନାରେ ଅନୁକମ୍ପା ରାଶି ପାଇବା ପାଇଁ ଆବେଦନ କରିଥିଲେ । ବିଛଣା ପଲି ଗ୍ରାମର ଏସ କାନ୍ତମାଙ୍କ ସ୍ବାମୀ ଏବଂ ଚକ୍ରପାଣି ରେଡ୍ଡୀଙ୍କ ସ୍ତ୍ରୀ ଏସ ଧନୀୟମା, ଗଞ୍ଜାମ ଶାଖା ପରିଚାଳକ ଦେବକୀ ପାତ୍ର ଏବଂ ସିଏସ୍ପିି ବସନ୍ତ କୁମାର ମହାରଣାଙ୍କ ଉପସ୍ଥିତରେ ଏହି ଚେକ୍ ପ୍ରଦାନ କରାଯାଇଛି l