ଗାଡିରେ ଘରରୁ ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ମହିଳା

ଛତ୍ରପୁର,୨୮।୫(ଡି.ଏନ୍‌.ଏ.): ଏସ୍‌ଏଚଜି ମହିଳା ସଂଘର ସଦସ୍ୟାମାନେ ବର୍ତ୍ତମାନ ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିଜକୁ ଏଥିରେ ସାମିଲ କରିଛନ୍ତି। ଏଥିସହ ମହିଳା ମାନେ ନିଜେ ଗାଡି ଚଳାଇ ସହରରେ ଥିବା ଘରକୁଘର ଯାଇ ଅଳିଆ ସଂଗ୍ରହ କରୁଛନ୍ତି। ଏ ନେଇ ଛତ୍ରପୁର ଏନଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ ବାବୁ ପ୍ରଶଂସା କରିବା ସହ ଏଥିପାଇଁ ଗ୍ରାସରୁଟ ସ୍ତରରେ ପରିବର୍ତ୍ତନ ଆସିଥିବା ସେ କହିଛନ୍ତି।