ମୋରଡା,୧୪।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ଜଗନ୍ନାଥ ମନ୍ଦିର ପାଖ ଜଙ୍ଗଲରେ ଜଣେ ଲୋଧା ଜନଜାତି ମହିଳାଙ୍କ ମୃତଦେହ ପଡିରହିଛି ।
ସୂଚନା ମୁତାବକ, ସକାଳେ ସ୍ଥାନୀୟ ଲୋକେ ପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଉକ୍ତ ମହିଳାଙ୍କ ମୃତଦେହ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡିଥିବା ଦେଖିଥିଲେ। ତେବେ ଖବରପାଇ ମୋରଡା ଥାନା ଅଧିକାରୀ ସୁମିତ କୁମାର ସୋରେନ, ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକ ଜଣକ ହେଲେ ଉକ୍ତ ଥାନା ଅଧୀନ ଟିଆଁସି ଗ୍ରାମର ଦୁର୍ଗା ନାଏକଙ୍କ ସ୍ତ୍ରୀ ଖଲି ନାଏକ । ଦୁର୍ଗା ଗତ ବୁଧବାର ବାପଘର ହାଣ୍ଡିଭଙ୍ଗା ଗ୍ରାମରେ ଥିବା ବେଳେ ଘରୁ କୁଆଡେ ଯାଇ ଘରକୁ ଫେରି ନ ଥିଲେ ବୋଲି ମୃତ ଖଲିଙ୍କ ମା ଭାରତୀ ମଳିକ କହିଛନ୍ତି । ତେବେ ଅପରାହ୍ନରେ ମୟୂରଭଞ୍ଜ ଅତିରିକ୍ତ ଏସ୍ପି ସବିତା ମାଝୀ,ସାଇଣ୍ଟିଫିକ ଟିମର ସଦସ୍ୟ ବନମାଳୀ ମହାନ୍ତି, ଜୟନ୍ତ କୁମାର ମୁର୍ମୁ ଏବଂ ପରେ ପରେ ଏସ୍ପି ବରୁଣ ଗୁଣ୍ଟୁପାଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଉକ୍ତ ମହିଳା ଜଣଙ୍କୁ ବଳାତ୍କାର ପରେ ହତ୍ୟା କରା ଯାଉଥିବାର ସନ୍ଦେହ କରଯାଉଛି।